Saturday, September 22, 2018
ଭାରତ-ପାକ୍ ଆଲୋଚନା ପ୍ରସଙ୍ଗରେ ଇମ୍ରାନଙ୍କ କ୍ଷଭୋକ୍ତ
ନୂଆଦିଲ୍ଲୀ/ଇସଲାମାବାଦ୍, ୨୨/୯ : ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଚଳିତ ମାସ ଜାତିସଂଘର ସାଧାରଣ ଅଧିବେଶନ ପରିପ୍ରେକ୍ଷୀରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିକ ଅନୌପଚାରିକ ଆଲୋଚନା ରଦ୍ଦ ହୋଇଯିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସୀ କହିଛନ୍ତି ଯେ, ଆମେ ବିଏସ୍ଏଫ୍ ଯୱାନଙ୍କୁ ମାରିନାହିଁ । ଭାରତ ମିଛ ଆଳ କରି ଆଲୋଚନାରୁ ଓହରି ଯାଇଛି । ପ୍ରକୃତରେ ଭାରତ ନିଜର ଆଭ୍ୟନ୍ତରୀଣ ସମସ୍ୟା କାରଣରୁ ଏହି ଆଲୋଚନାରୁ ଓହରି ଯାଇଥିବା ସେ ଆଧିକାରିକ ବକ୍ତବ୍ୟ ଜାରି କରିଛନ୍ତି । ବିଏସ୍ଏଫ୍ ଯୱାନଙ୍କ ହତ୍ୟା ସହିତ ପାକିସ୍ତାନ ରେଞ୍ଜର୍ସଙ୍କ କୌଣସି ସମ୍ପର୍କ ନଥିବା ସେ ଦର୍ଶାଇଛନ୍ତି । ଓଲଟି କୁଆଡ଼େ ପାକିସ୍ତାନୀ ରେଞ୍ଜର୍ସ ବିଏସ୍ଏଫ୍ ଯୱାନଙ୍କ ଶବ ଖୋଜିବାରେ ସହାୟତା କରିଥିଲେ ବୋଲି ସେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗକୁ ନେଇ ଭାରତ ଆଗରେ ଚଣା ବିଞ୍ôଚଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ, ପ୍ରସ୍ତାବିତ ଆଲୋଚନା ରଦ୍ଦ କରିବା ନିଷ୍ପତ୍ତି ଭାରତର ଗର୍ବ ଓ ଅହଙ୍କାରର ପରିଚୟ । ଏହାଦ୍ୱାରା ଭାରତ ଏକ ବଡ଼ ସୁଯୋଗକୁ ହାତଛଡ଼ା କଲା । ଏଥିସହିତ ସେ ନୈରାଶ୍ୟ ବ୍ୟକ୍ତ କରି କହିଛନ୍ତି ଯେ, ମୁଁ ଛୋଟ ଛୋଟ ଲୋକଙ୍କୁ ବଡ଼ ବଡ଼ ପଦ ସମ୍ଭାଳିବାର ଦେଖିଛି; କିନ୍ତୁ ସେମାନଙ୍କ ଦୃଷ୍ଟିକୋଣ ବିଶାଳ ନଥାଏ । ସୂଚନାଯୋଗ୍ୟ ଯେ, ଭାରତ ଉକ୍ତ ଆଲୋଚନା ପାଇଁ ରାଜି ହୋଇଥିଲା । ମାତ୍ର ସୀମାନ୍ତରେ ବିଏସ୍ଏଫ୍ ଯୱାନ ନରେନ୍ଦ୍ର କୁମାରଙ୍କୁ ପାକ୍ ରେଞ୍ଜର୍ସ ଯେଭଳି ବୀଭତ୍ସ ରୂପେ ହତ୍ୟା କଲା ତାହାକୁ ନେଇ ଭାରତ ଉତ୍କ୍ଷିପ୍ତ ହୋଇଥିଲା । ଏତଦ୍ବ୍ୟତୀତ ବୁରହାନୱାନୀ ଭଳି ୨୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଶହୀଦ ବୋଲି ଦର୍ଶାଇ ପାକିସ୍ତାନ ଡାକଟିକଟ ଜାରି କରିବା ଆଲୋଚନାର ଦ୍ୱାର ବନ୍ଦ କରିଦେଇଥିଲା । ଏହି ଘଟଣାର ଗାମ୍ଭିର୍ଯ୍ୟକୁ ବୁଝିବାରେ ଅସମର୍ଥ ପାକିସ୍ତାନ ଓ ସେନାର ଚାମଚା ତଥା ପିଆଦା ସାଜିଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବିଶ୍ୱର ସବୁଠାରୁ ବୃହତ୍ତ ଗଣତନ୍ତ୍ରର ରାଷ୍ଟ୍ରନେତା ମୋଦିଙ୍କୁ ‘ଛୋଟଲୋକ’ କହି ଯେଭଳି ତାତ୍ସଲ୍ୟ କରିଛନ୍ତି ଏଥିରୁ ତାଙ୍କର ଅସଲି ଚେହେରା ଧରାପଡ଼ିଯାଇଛି ।
Subscribe to:
Post Comments (Atom)
No comments:
Post a Comment